ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୧ କରୋନା ରୋଗୀ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦୈନିକ ସଂକ୍ରମଣ ଗ୍ରାଫ୍ ତଳକୁ ଖସିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ସୁଧାର ଆସିନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୧ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ହଜାର ୩୫ରେ ପହଞ୍ଚିଛି।

ଏହି ୪୧ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୬ ଜଣ, ସୁନ୍ଦରଗଡ଼ରୁ ୪ ଜଣ, ଗଞ୍ଜାମରୁ ଓ ପୁରୀରୁ ୩ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି। ସେହିପରି ବରଗଡ଼, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, ଯାଜପୁର, ମୟୂରଭଞ୍ଜ, ସମ୍ବଲପୁର ଓ ସୁବର୍ଣ୍ଣପୁର ୨ ଜଣ ଲେଖାଏଁ ଏବଂ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଦେବଗଡ଼, ଢ଼େଙ୍କାନାଳ, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।