ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆଜି ସୁରକ୍ଷା ବଳକୁ ବଡ଼ ସଫଳତା ମିଳିଛି । ରାତି ସାରା ଭିନ୍ନ ଭିନ୍ନ ଜାଗାରେ ଜାରି ରହିଥିବା ସଂଘର୍ଷରେ ସୁରକ୍ଷା ବଳ ୪ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ସୁରକ୍ଷା ବଳ ଉତ୍ତର, ଦକ୍ଷିଣ ଓ ମଧ୍ୟ କଶ୍ମୀରରେ ୨ ସରପଞ୍ଚଙ୍କ ହତ୍ୟା ସମେତ ଆହୁରି ଅନେକ ଆତଙ୍କବାଦୀ ଗତିବିଧିକୁ ଦୃଷ୍ଟିରେ ରଖି କଶ୍ମୀର ଘାଟିରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ ।
ଗତ ୨୪ ଘଣ୍ଟାରେ ଘାଟିର ପୁଲୱାମା, ଗାନ୍ଦରବଲ ଓ ହନ୍ଦୱାଡା ଅଞ୍ଚଳରେ ୫ଟି ଭିନ୍ନ ଭିନ୍ନ ଅପରେସନରେ ୪ଜଣଙ୍କୁ ନିପାତ କରାଯାଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଗିରଫ କରିବାରେ ସଫଳତା ମିଳିଛି ।