ଦିଲ୍ଲୀରେ ୪ ଆତଙ୍କବାଦୀଙ୍କ ପ୍ରବେଶ, ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ଜୈଶ ଏ ମହମ୍ମଦର ୪ଜଣ ଆତଙ୍କବାଦୀ ପ୍ରବେଶ କରିଥିବା ଗୁଇନ୍ଦା ପକ୍ଷରୁ ସୂଚନା ମିଳିଛି। ପାକିସ୍ତାନର ଆତଙ୍କବାଦ ସଂଗଠନ ଜୈଶ ଏ ମହମ୍ମଦ ଦିଲ୍ଲୀ ସହିତ ଉତ୍ତର ଭାରତରେ ଆତଙ୍କବାଦ ଆକ୍ରମଣର ଯୋଜନା କରୁଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଆତଙ୍କୀ ଆକ୍ରମଣ ସୂଚନା ମିଳିବା ପରେ ଗୁରୁବାର ଦିଲ୍ଲୀ ଓ ଉତ୍ତର ଭାରତରେ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଦିଲ୍ଲୀ ବିମାନ ବନ୍ଦର ଓ ଅନ୍ୟ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ତେବେ ଉତ୍ତର ଭାରତରେ ବର୍ତ୍ତମାନ ଦୁର୍ଗା ପୂଜା ଓ ଅନ୍ୟାନ୍ୟ ପର୍ବ ଚାଲୁଥିବାବେଳେ ଏହି ଅବସରରେ ଜନଗହଳି ସ୍ଥାନରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। ଅସ୍ତ୍ରଶସ୍ତ୍ର ନେଇ ଦିଲ୍ଲୀରେ ୪ ଆତଙ୍କବାଦୀ ପ୍ରବେଶ କରିଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରାଯାଇଛି।