ଦେଶରେ ପୁଣି ରେକର୍ଡ ସଂଖ୍ୟକ କୋଭିଡ ପଜିଟିଭ ଚିହ୍ନଟ, ୪ ଲକ୍ଷ ପାର ହେଲା ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କୋଭିଡ ପଜିଟିଭ ସଂଖ୍ୟା ୪ ଲକ୍ଷ ଅତିକ୍ରମ କରିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ୩ ହଜାରରୁ ଊର୍ଦ୍ଧ୍ୱ ରହୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧ ହଜାର ୯୯୩ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୨୩ ଜଣଙ୍କ ମୃତ୍ୟୁ ହୋଇଛି।

ଏଥିସହିତ ଦେଶରେ ମୋଟ କରୋନ ମୃତ୍ୟୁ ସଂଖ୍ୟା ୧ କୋଟି ୯୧ ଲକ୍ଷ ୬୪ ହଜାର ୯୬୯ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୯୯ ହଜାର ୯୮୮ ହଜାର ସୁସ୍ଥ ହୋଇଥିବା ବେଳେ ମୋଟ ଆରୋଗ୍ୟ ସଂଖ୍ୟା ୧ କୋଟି ୫୬ ହଜାର ୮୪ ହଜାର ୪୦୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨ ଲକ୍ଷ ୧୧ ହଜାର ୮୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ ଲକ୍ଷ ୬୮ ହଜାର ୭୧୦ ଜଣ ସକ୍ରିୟ ରହିଛନ୍ତି।