ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେସନରେ ବର୍ତ୍ତମାନ ସୁଦ୍ଧା ବିରୋଧୀ ଦଳର ହଙ୍ଗାମାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶକ୍ତ ରୂପ ଆପଣାଇଛନ୍ତି । ଦରବୃଦ୍ଧି ମାମଲାରେ ନାରାବାଜୀକୁ ନେଇ କଂଗ୍ରେସର ୪ଜଣ ସଦସ୍ୟଙ୍କୁ ପୁରା ମୌସୁମୀ ଅଧିବେସନରୁ ନିଲମ୍ବିତ କରି ଦେଇଛନ୍ତି । ନିଲମ୍ବିତ ସାଂସଦମାନେ ହେଲେ ମଣିକେମ ଟେଗୋର, ଜୋତିମନୀ, ରମ୍ୟା ହରିଦାସ ଓ ଟୀଏନ ପ୍ରତାପନ । ଆଉ ଏବେ ନିଲମ୍ବିତ ସଦସ୍ୟଙ୍କୁ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି ।
ସୂଚନାଯୋଗ୍ୟ, ଲୋକସଭା କାର୍ଯ୍ୟକାଳ ଆଜିଠୁ ଆରମ୍ଭ ହୋଇଛି । ଏହି ସମୟରେ ବିରୋଧୀଙ୍କ ଲଗାତାର ନାରାବାଜିକୁ ନେଇ ବାଚସ୍ପତି ଓମ୍ ବିର୍ଲା କ୍ଷୋଭ ପ୍ରକାଶ କରିଛନ୍ତି । ଓମ୍ ବିର୍ଲା କହିଛନ୍ତି ଯେ, ଦେଶବାସୀ ଚାହୁଁଛନ୍ତି କି ସଦନ କାର୍ଯ୍ୟକାରୀ ହେଉ । ସଦନ ଏପରି ଚାଲିପାରିବ ନାହିଁ, ମୁଁ ଏହି ସ୍ଥିତି ରହିବାକୁ ଦେବିନି ।