ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀର ୪ଟି ବାରରେ କୋଭିଡ ନିୟମର ଉଲ୍ଲଂଘନ ଅଭିଯୋଗରେ କମିସନରେଟ ପୁଲିସ ପକ୍ଷରୁ ସିଲ କରାଯାଇଛି। ଏଥି ସହ ପୁଲିସ ୭୨ ଜଣ ଗ୍ରାହକଙ୍କୁ ୨୮ ହଜାର ଟଙ୍କାର ଫାଇନ୍ କରିଛି। ସୂଚନାଥାଉକି, କୋଭିଡ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀର ବିଭିନ୍ନ ବାରରେ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା।
ବଡ଼ଗଡ଼, ବାଲିଅନ୍ତା, ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ୧୦ଟି ବାର୍ ଉପରେ ଚଢ଼ଉ କରାଯାଇଥିଲା। ସେହିପରି ଖାରବେଳନଗର ଓ କ୍ୟାପିଟାଲ ଥାନା ଅଞ୍ଚଳର ୬ଟି ବାର୍ ଉପରେ ଚଢ଼ଉ ହୋଇଥିଲା। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୪ଟି ବାରକୁ ସିଲ କରିଥିଲା କମିସନରେଟ ପୁଲିସ।