ଦେଶରେ ୨୪ ଘଣ୍ଟାରେ ୪.୧୪ ଲକ୍ଷ ଆକ୍ରାନ୍ତ ଚିହ୍ନଟ, ୩୯୧୫ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଦିନକୁ ଦିନ ଘାତକ ହେବାରେ ଲାଗିଛି। ଦୈନିକ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଥିବା ବେଳେ ଲଗାତାର ଦ୍ୱିତୀୟ ଦିନରେ ବି ଦେଶରେ କରୋନାର ଦୈନିକ ସଂକ୍ରମଣ ୪ ଲକ୍ଷ ପାର୍ କରିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଲକ୍ଷ ୧୪ ହଜାର ୧୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୧୪ ଲକ୍ଷ ୯୧ ହଜାର ୫୯୮ରେ ପହଞ୍ଚିଛି।

ସେହିପରି ଦେଶରେ ଆଜି ୩ ହଜାର ୯୧୫ ଜଣ କରୋନା ରୋଗୀ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୪ ହଜାର ୮୩ରେ ପହଞ୍ଚିଛି। ସେହିପରି ୩୬ ଲକ୍ଷ ୪୫ ହଜାର ୧୬୪ଟି ଆକ୍ଟିଭ କେସ ରହିଥିବା ବେଳେ ୧ କୋଟି ୭୬ ଲକ୍ଷ ୧୨ ହଜାର ୩୫୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟୁଇଟ ଯୋଗେ ସୂଚନା ପ୍ରଦାନ କରାଯାଇଛି।