ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ସଂକ୍ରମଣ ଗତି ଧୀରେ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା କରୋନା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୩୦,୨୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୩୯୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩,୧୩୬ ଜଣ ସୁସ୍ଥ ହୋଇଛନ୍ତି। ଆଇସିଏମଆରର ସୂଚନା ଅନୁସାରେ ଗତକାଲି ୧୦ ଲକ୍ଷ ୧୪ ହଜାର ୪୩୪ଟି କରୋନା ଟେଷ୍ଟ ହୋଇଥିଲା।
ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୯୮ ଲକ୍ଷ ୫୭ ହଜାର ୨୯ରେ ପହଞ୍ଚିଛି। ସେଥିରୁ ୯୩ ଲକ୍ଷ ୫୭ ହଜାର ୪୬୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪୩ ହଜାର ୧୯ ଜଣ ସଂକ୍ରମଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ୩ ଲକ୍ଷ ୫୬ ହଜାର ୫୪୬ ଜଣ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମହାରାଷ୍ଟ୍ରରେ ୭୪ ହଜାର ୬୩୮ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।