ମହାରାଷ୍ଟ୍ରରେ ପ୍ରବଳ ବର୍ଷା, ଭୁସ୍ଖଳନରେ ୩୬ ମୃତ

  • ମୁମ୍ବାଇ: ମହାରାଷ୍ଟ୍ରରେ ବର୍ଷା ବିତ୍ପାତ। ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ରାଜ୍ୟ ଏବେ ଜଳମଗ୍ନ। ଅତ୍ୟଧିକ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ରାୟଗଡ ଜିଲ୍ଲାରେ ୩୬ ଜଣଙ୍କର ମୃତ୍ୟୁହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ତାଲାଇ ଅଞ୍ଚଳରୁ ୩୨ ଜଣ ପ୍ରାଣ ହରାଇଥିବାବେଳେ ସଖର ସୂତାର ୱାଡିରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ମଧ୍ୟ ଅନେକ ମାଟି ତଳେ ଫସିରହିଛନ୍ତି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ବିଏମସି ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଲାଗିଛନ୍ତି।
    ଅଧିକାରୀ କହିଛନ୍ତି ଯେ, ଏନ୍ଡିଆରଏଫ୍ର ଏକ ଟିମ୍ ମୁମ୍ବାଇଠାରୁ ୧୬୦ କିିମି ଦୂରରେ ମହଦରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରିସ୍ଥିତି ସମୀକ୍ଷା କରୁଛନ୍ତି। କେମିତି ଲୋକମାନଙ୍କୁ ସୁଚାରୁରୂପେ ଉଦ୍ଧାର କରାଯିବ ସେନେଇ ପ୍ରଶାସନର ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିବା ଜଣାପଡ଼ିଛି। ଗତ ରବିବାରଠାରୁ ହିଁ ମୁମ୍ବାଇରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।