ଦେଶରେ ଆଜି ୩୫,୫୫୧ କରୋନା ଆକ୍ରାନ୍ତ ଚିହ୍ନଟ, ୫୨୬ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫,୫୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫,୩୪,୯୬୫ରେ ପହଞ୍ଚିଛି। ସେହିପରି ୫୨୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୪୦,୭୨୬ ଜଣ ସୁସ୍ଥ ହୋଇଛନ୍ତି।

ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମଣଙ୍କ ମଧ୍ୟରୁ ୮୯,୭୩,୩୭୩ ଜଣ ସୁସ୍ଥ ହୋଇସାରିଥିବାବେଳେ ୧,୩୮,୬୪୮ ଜଣଙ୍କ ପ୍ରାଣହାନି ହୋଇଛି। ସେହିପରି ୪,୨୨,୯୪୩ ଜଣ ଚିକିତ୍ସାଧୀନ ଅଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।