ଓଡ଼ିଶାର ଡେଲଟା ପ୍ଲସ ଚିହ୍ନଟ ବ୍ୟକ୍ତି ସୁସ୍ଥ ଅଛନ୍ତି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ ଆକ୍ରାନ୍ତ ଏବେ ସୁସ୍ଥ ଅଛନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଦେବଗଡ଼ର ଜଣେ ବ୍ୟକ୍ତିଙ୍କଠାରେ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା। ସମ୍ପୃକ୍ତ ଆକ୍ରାନ୍ତ ଜଣକ ଜଣେ ଲକ୍ଷଣଯୁକ୍ତ କୋଭିଡ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ଏପ୍ରିଲରେ ସାମ୍ପଲ ଦେଇ ଲକ୍ଷଣହୀନ ପଜିଟିଭ ଭାବେ ଚିହ୍ନଟ ହୋଇଥିଲେ। ମାସେ ପୂର୍ବରୁ ଟିକା ନେଇଥିବାରୁ ଏହାର ପ୍ରଭାବ ଭଲ ରହିଲା। ସର୍ଭେନାଲ୍ସ ପିରିୟଡ ୬ ସପ୍ତାହରେ କିପରି ଅଛନ୍ତି ଜାଣିବାକୁ ଟିମ୍ ଦେବଗଡ଼ ଗସ୍ତ କରିଥିବା ଶ୍ରୀ ମହାପାତ୍ର କହିଛନ୍ତି।