ଚିନ୍ତା ବଢାଉଛି କରୋନା ମୃତ୍ୟୁ ସଂଖ୍ୟା, ମହାମାରୀ ନେଲା ଆଉ ୪୩ ସଂକ୍ରମିତଙ୍କ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ କାୟା ବିସ୍ତାର କରୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ କୌଣସି ବ୍ରେକ ଲାଗିପାରୁନି। କରୋନାରେ ମୃତ୍ୟୁ ପ୍ରତିଦିନ ୪୦ରୁ ଊର୍ଦ୍ଧ୍ୱ ରହୁଛି। ଗତ ୨୪ ଘଣ୍ଟା ଭିତରେ ଆଉ ୪୩ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି। ଆଜି ଖୋର୍ଦ୍ଧାରୁ ୯ ଜଣ, ପୁରୀ, ନୟାଗଡ ଓ ବରଗଡରୁ ୫ ଜଣ ଲେଖାଏଁ, ସୁନ୍ଦରଗଡରୁ ୪ ଜଣ, ଗଞ୍ଜାମ, କଟକ ଓ ଭଦ୍ରକରୁ ୩ ଜଣ ଲେଖାଏଁ, ଢେଙ୍କାନାଳରୁ ୨ ଜଣ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ ସଂକ୍ରମିତ ଜୀବନ ହରାଇଛନ୍ତି।

ଏହାକୁ ମିଶାଇ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩,୯୩୦କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛି।