ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୩,୨୩୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୧୫ ଜଣ ଓ ସ୍ଥାନୀୟ ସଂକ୍ରମଣ ୧୩୨୦ ଜଣ ରହିଛନ୍ତି। ଫଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୨ ହଜାର ୬୦୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୫୦୬, କଟକରୁ ୩୧୮, ଅନୁଗୁଳରୁ ୧୭୯, ବରଗଡ଼ରୁ ୧୩୭, ନବରଙ୍ଗପୁରରୁ ୧୨୪, ସମ୍ବଲପୁରରୁ ୧୨୦, ମୟୁରଭଞ୍ଜରୁ ୧୧୮, ଯାଜପୁରରୁ ୧୧୦, ନୂଆପଡ଼ାରୁ ୧୦୬, କେନ୍ଦ୍ରାପଡ଼ାରୁ ୧୦୩, ରାୟଗଡ଼ା, ସୁନ୍ଦରଗଡ଼ ଓ ବଲାଙ୍ଗିର ଜିଲ୍ଲାରୁ ୧୦୧ ଜଣ ଲେଖାଏଁ ରହିଛନ୍ତି।
ସେହିପରି କରୋନା ଯୋଗୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ବାଲେଶ୍ୱରରୁ ୩, ପୁରୀ, ଖୋର୍ଦ୍ଧା ଓ ମୟୁରଭଞ୍ଜରୁ ୨ଲେଖାଏଁ, ଢେଙ୍କାନାଳ, କଟକ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୮୧୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୧ଲକ୍ଷ ୫୯ହଜାର ୪୦୦ ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୨ଲକ୍ଷ ୧୨ ହଜାର ୬୦୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୧ଲକ୍ଷ ୭୩ ହଜାର ୫୭୧ଜଣ ସୁସ୍ଥ ହୋଇଛନ୍ତି ଓ ୮୧୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୮ ହଜାର ୧୭୨ ଜଣ ଚିକିତ୍ସିତ ହେଉଛନ୍ତି।