ରାଜ୍ୟରେ ୩୧୯ କରୋନା ପଜିଟିଭ ଚିହ୍ନଟ : ୩,୨୬,୯୧୫କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୩୧୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୪ଜଣ ଓ ସ୍ଥାନୀୟ ସଂକ୍ରମଣ ୧୩୫ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୬ହଜାର ୯୧୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୭୨, ଅନୁଗୁଳରୁ ୩୫, ପୁରୀରୁ ୨୪, ଖୋର୍ଦ୍ଧାରୁ ୨୩, ସମ୍ବଲପୁର ଓ ମୟୁରଭଞ୍ଜରୁ ୧୯ ଲେଖାଏଁ, ବଲାଙ୍ଗିରରୁ ୧୫, କେନ୍ଦ୍ରାପଡ଼ାରୁ ୧୧, କେଉଁଝର, କଟକ ଓ ବାଲେଶ୍ୱରରୁ ୧୦ ଲେଖାଏଁ, ନୂଆପଡ଼ାରୁ ୮, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରୁ ୭ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୬ଲକ୍ଷ ୬୫ ହଜାର ୭୦୧ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୨୬ହଜାର ୯୧୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୨୧ହଜାର ୯୫୬ ଜଣ ସୁସ୍ଥ ହୋଇଛନ୍ତି, ୧୮୪୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୦୬୩ ଜଣଙ୍କ ଚିକିତ୍ସା ଜାରି ରହିଛି।