କରୋନା ବାଜି ହାରିଲେ ଆଉ ୪

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନାରେ ଆଉ ୪ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୧୮୪୩କୁ ବୃଦ୍ଧି ପାଇଛି । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ଯାକ ପୁରୁଷ ରହିଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରରୁ ଜଣେ ୭୦ ବର୍ଷୀୟ ବୃଦ୍ଧ, ଯାଜପୁରରୁ ୭୨ ବର୍ଷୀୟ ବୃଦ୍ଧ, କଳାହାଣ୍ଡିରୁ ୭୦ ବର୍ଷୀୟ ବୃଦ୍ଧ ଓ ପୁରୀରୁ ୫୨ ବର୍ଷୀୟ ପୁରୁଷ ରହିଛନ୍ତି। ଏସମସ୍ତେ କରୋନା ବ୍ୟତୀତ ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ।