ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ରଜନୀକାନ୍ତ

ମୁମ୍ବାଇ,ଏଜେନ୍ସି: ସୁପରଷ୍ଟାର ରଜନୀକାନ୍ତ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ରବିବାର ରାତିରେ ଘରକୁ ଫେରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଚେନ୍ନାଇର କାଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କାରୋଟିଡ ଧମନୀର ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତରଖାନା ଦ୍ୱାରା ଜାରି କରାଯାଇଥିବା ମେଡିକାଲ ବୁଲେଟିନରେ କୁହାଯାଇଛି ଯେ କାରୋଟିଡ୍ ଏଣ୍ଡାର୍ଟେରେକ୍ଟୋମି ପରେ ଅଭିନେତା ସୁସ୍ଥ ଅଛନ୍ତି। ବର୍ତ୍ତମାନ ଅଭିନେତା ସୋସିଆଲ ମିଡିଆରେ ଘରେ ପହଞ୍ଚିବାର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ରଜନୀକାନ୍ତ ତାଙ୍କ ପୂଜା ଘର ସମ୍ମୁଖରେ ଠିଆ ହୋଇ ପ୍ରାର୍ଥନା କରୁଥିବା ନଜର ଆସିଛନ୍ତି।