ଭୁବନେଶ୍ୱରରେ ୧୫୦ କରୋନାରେ ସଂକ୍ରମିତ : ୫୪ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୧୫୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୩ଜଣ ଓ ସ୍ଥାନୀୟ ସଂକ୍ରମଣ ୧୧୭ଜଣ ରହିଛନ୍ତି। ଅନ୍ୟପଟେ ୫୪ ଜଣ କରୋନା ରୋଗୀ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜିର ୧୫୦ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ହଜାର ୧୯୩ ହୋଇଥିବାବେଳେ ୩୨ହଜାର ୧୫୭ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୫୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୬୫ଜଣ ଚିକିତ୍ସିତ ହେଉଛନ୍ତି।