କୃଷି ଆଇନ ବଳରେ କୃଷକମାନେ ହିଁ ଉପକୃତ ହେବେ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂଆ କୃଷି ଆଇନ ବଳରେ କୃଷକମାନେ ହିଁ ଉପକୃତ ହେବେ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଉତ୍ପାଦନ, ଷ୍ଟୋରେଜ ଓ ମାର୍କେଟିଂ ବ୍ୟବସ୍ଥାରେ ସୁଧାର ଆସିବ। ୭୦ ବର୍ଷ ତଳେ ଯେଉଁ ବ୍ୟବସ୍ଥା ଥିଲା ସେଥିରେ ପରିବର୍ତ୍ତନ ଆସିବ। ଏପିଓ ଲାଗୁ ହେବା ସହ ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ ହେବ। ଯେପର୍ଯ୍ୟନ୍ତ ମୋଦୀ ପ୍ରଧାନମନ୍ତ୍ରୀ ଅଛନ୍ତି ଏମଏସପି ବନ୍ଦ ହେବନି। କୃଷି ଭିତ୍ତିଭୂମିର ବିକାଶ ପାଇଁ ୧ଲକ୍ଷ କୋଟିର ବ୍ୟୟ ଅଟକଳ ହୋଇଛି। ମାତ୍ର ୨୬ଟି ସାମଗ୍ରୀ ଉପରେ ଏମଏସପି ବ୍ୟବସ୍ଥା ରହିଛି। ଯେଉଁ ସାମଗ୍ରୀ ପାଇଁ ଏମଏସପି ନାହିଁ, ସେସବୁ ପାଇଁ ବଜାର ଦରକାର। ଏଥିପାଇଁ ସରକାର କୃଷି ଆଇନରେ ସଂସ୍କାର ଆଣିଛନ୍ତି।