ମଧ୍ୟାହ୍ନଭୋଜନ ହଣ୍ଡାରେ ପଡ଼ିଗଲା ୩ବର୍ଷୀୟା ଶିଶୁ ଆଉ ତା’ପରେ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲା ଲାଲଗଞ୍ଜ ଥାନା ଅନ୍ତର୍ଗତ ରାମପୁର ପ୍ରାଥମିକ ବିଦ୍ୟାଳୟ ପରିସରସ୍ଥ ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ଅଭାବନୀୟ ଘଟଣା ଘଟିଛି । ସ୍କୁଲରେ ମଧ୍ୟାହ୍ନଭୋଜନ ପାଇଁ ଖାଦ୍ୟ ରନ୍ଧାଯାଇଥିବା ହଣ୍ଡାରେ ପଡ଼ିଯିବାରୁ ୩ବର୍ଷୀୟ ଶିଶୁ ର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ନିଜ ଭାଇ ସହିତ ପିଲାଟି ବିଦ୍ୟାଳୟକୁ ଯାଇଥିଲା। ସୋମବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ମଧ୍ୟାହ୍ନଭୋଜନ ଖାଦ୍ୟ ରନ୍ଧା ହୋଇଥିଲା। ଖାଦ୍ୟ ପରସିବା ଲାଗି ତାହାକୁ ବାହାରକୁ ଅଣଯାଇଥିଲା। ରୋଷେୟା ଖାଦ୍ୟକୁ ବାହାରେ ରଖି ରୋଷଶାଳ ଭିତରକୁ ଯାଇଥିଲେ। ଏହି ସମୟରେ କିଛି ପିଲାଙ୍କ ମଧ୍ୟରେ ଠେଲାପେଲା ହେବାରୁ ୩ବର୍ଷୀୟ ପିଲାଟି ଗରମ ଖାଦ୍ୟ ଥିବା ହଣ୍ଡାରେ ପଡ଼ିଯାଇଥିଲା। ଏହି ଘଟଣା ପରେ ସେଠାରେ ଉପସ୍ଥିତ ରୋଷେୟା ଭୟରେ ଦୌଡ଼ି ପଳାଇଥିଲେ। କିନ୍ତୁ ଜଣେ ଶିକ୍ଷକ ପିଲାଟିକୁ ବାହାର କରି ତୁରନ୍ତ ହସ୍ପିଟାଲ ନେଇଥିଲେ। ପରେ ପିଲାଟିର ମୃତ୍ୟୁ ଘଟିଥିଲା। ପିଲାଟି ଶରୀରର ୮୦% ସିଝି ଯାଇଥିଲା। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି।