ଚଣ୍ଡୀଗଡ଼: ପଞ୍ଜାବର ତରନତାରନ ଜିଲ୍ଲାରେ ୩ଜଣ ଆତଙ୍କବାଦୀଙ୍କୁ ପଞ୍ଜାବ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଞ୍ଜାବର ମୋଗା ଜିଲ୍ଲାର କୁଲବିନ୍ଦର ସିଂହ, କମଲପ୍ରୀତ ସିଂହ ଓ କଓଁରପାଲ ସିଂହ। ଉକ୍ତ ୩ ଆତଙ୍କବାଦୀ ପଞ୍ଜାବରେ ଏକ ବଡ଼ ଧରଣ ଆତଙ୍କବାଦ କାର୍ଯ୍ୟକଳାପକୁ ରୂପରେଖ ଦେବାର ଯୋଜନା କରିଥିଲେ।
ସୂଚନାଯୋଗ୍ୟ, ଭିଖୀବିଣ୍ଡ ଥାନାର ଇନ୍ସପେକ୍ଟର ନବଦୀପ ସିଂହଙ୍କ ନେତୃତ୍ୱରେ ତାଙ୍କ ଟିମ୍ ରାତିରେ ତରନତାରନ ଜିଲ୍ଲାରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ପୁଲିସକୁ ଏକ କାର ଉପରେ ସନ୍ଦେହ ହେବାରୁ ଅଟକାଇଥିଲେ। ଉକ୍ତ କାରରେ ୩ ଜଣ ବସିଥିଲେ। ୩ ଜଣଙ୍କଠାରୁ ତଲାଶି କରିବା ପରେ ହଥିୟାର ଓ ବିସ୍ଫୋଟ ଜବତ ହୋଇଥିଲା। ଏହି ୩ଜଣ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ପୁଲିସ ତାଙ୍କ ଠିକଣା ସମ୍ବନ୍ଧରେ ଯାଞ୍ଚ ଚଲାଇଛି। ଏଥିସହିତ ସମଗ୍ର ଅଞ୍ଚଳରେ ମଧ୍ୟ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।