ଭୌତିକ ବିଜ୍ଞାନ ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ରୟାଲ ସ୍ୱିଡିସ ଏକାଡେମୀ ଅଫ୍ ସାଇଂସେଜ ପକ୍ଷରୁ ୨୦୨୦ ଭୌତିକ ବିଜ୍ଞାନ ପାଇଁ ରୋଜର ପେନରୋଜ, ରେନହାର୍ଡ ଗେଞ୍ଜେଲେ ଓ ଏଣ୍ଡ୍ରିଆ ଗେଜଙ୍କୁ ନୋବେଲ ପୁରସ୍କାର ଦେବାକୁ ନିଷ୍ପତ୍ତି ନିଆଯାଇଛି। ରୟାଲ ସ୍ୱିଡିସ ଏକାଡେମୀ ଅଫ୍ ସାଇଂସେଜର ସଚିବ ଜେନରଲ ହୋରାନ ହେନସନ ପୁରସ୍କାର ସମ୍ବନ୍ଧୀୟ ଘୋଷଣା କରିଛନ୍ତି। ଏହି ପୁରସ୍କାରରେ ସୁନା ପଦକ ସହ ୧୧ ଲକ୍ଷ ଡଲାରରୁ ଅଧିକ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥାଏ। ସ୍ୱିଡିଶ ଉଦ୍ଭାବକ ଅଲଫ୍ରେଡ ନୋବେଲଙ୍କ ନାମରେ ଏହି ପୁରସ୍କାର ଦିଆଯାଇଥାଏ।