ନଭେମ୍ବରରେ ଭାରତ ପହଞ୍ଚିବ ୩ଟି ଲଢ଼ୁଆ ବିମାନ

ନୂଆଦିଲ୍ଲୀ: ଭାରତକୁ ନଭେମ୍ବର ମାସ ପ୍ରାରମ୍ଭରେ ଆଉ ୩ଟି ଲଢ଼ୁଆ ବିମାନ ମିଳିବ। କିନ୍ତୁ ତାରିଖକୁ ନେଇ ଆନୁଷ୍ଠାନିକ ରୂପେ କୌଣସି ଘୋଷଣା କରାଯାଇ ନାହିଁ। ବର୍ତ୍ତମାନ ସୁଦ୍ଧା ଭାରତୀୟ ବାୟୁସେନାରେ ୫ଟି ଲଢ଼ୁଆ ବିମାନ ସାମିଲ ହୋଇସାରିଛି।

୨୦୧୬ରେ ହୋଇଥିବା ଚୁକ୍ତି ଅନୁସାରେ ଭାରତୀୟ ବାୟୁସେନାକୁ ମୋଟ ୩୬ଟି ଲଢ଼ୁଆ ବିମାନ ମିଳିବ। ସେଥିମଧ୍ୟରୁ ୫ଟି ସେପ୍ଟେମ୍ବର ୧୦ରେ ଅମ୍ବାଲା ଏୟାରବେସରେ ଔପଚାରିକ ଭାବେ ନିୟୋଜିତ ହୋଇସାରିଛି। ଆଉ ଦ୍ୱିତୀୟ ବ୍ୟାଚରେ ଆଉ ୩ଟି ଲଢ଼ୁଆ ବିମାନ ବାୟୁସେନାରେ ସାମିଲ ହେବ। ଏହି ୩ଟି ପଶ୍ଚିମବଙ୍ଗରେ ନିୟୋଜିତ କରାଯିବ।

ସୂଚନାଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ଜାରିି ରହିଥିବା ଚିନ୍ତାଜନକ ପରିସ୍ଥିତି ମଧ୍ୟରେ ଲଢ଼ୁଆ ବିମାନ ଆସିବା ପରେ ବାୟୁସେନାର କ୍ଷମତା ବଢ଼ିିବ।