ନୂଆଦିଲ୍ଲୀ: ଦରବୃଦ୍ଧିକୁ ନେଇ ସମସ୍ତେ ଚିନ୍ତିତ ଥିବାବେଳେ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ ୩ ପ୍ରତିଶତ ଡିଏ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ପେନସନଭୋଗୀଙ୍କ ଡିଏ ମଧ୍ୟ ୩ ପ୍ରତିଶତ ବୃଦ୍ଧି ହୋଇଛି । ୩ ପ୍ରତିଶତ ବୃଦ୍ଧି ପରେ ବେସିକ ପେ’ର ୩୪ ପ୍ରତିଶତ ମିଳିବ । ବର୍ଦ୍ଧିତ ୩ ପ୍ରତିଶତ ଡିଏ ଅତିରିକ୍ତ ଇନଷ୍ଟାଲମେଣ୍ଟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୨ ଜାନୁଆରୀ ୧ରୁ ପିଛଲା ଭାବେ ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ଏହି ବର୍ଦ୍ଧିତ ଡିଲ ଫଳରେ ୪୭.୬୮ ଲକ୍ଷ କର୍ମଚାରୀ ଓ ୬୮,୬୨ ଲକ୍ଷ ପେନସନଭୋଗୀ ପାଇବେ ।