ରାଜ୍ୟରେ ପୁଣି ଚିହ୍ନଟ ହେଲେ ୪୨୫ କରୋନା ରୋଗୀ, ୭୧ ଶିଶୁ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟରେ ଆଉ ୪୨୫ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରେ ୨୪୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଥିବା ବେଳ ଲୋକାଲରୁ ୧୭୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ୭୧ ଜଣ ୫-୧୮ ବର୍ଷ ବୟସର ଶିଶୁ ସଂକ୍ରମିତ ହୋଇଛନ୍ତି।

ଆଜିର ରିପୋର୍ଟକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୧୦,୩୮,୮୩୬ରେ ପହଞ୍ଚିଛି। ସେଥିରୁ ୧୦,୨୫,୯୭୧ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୪,୫୫୪ ଜଣ ଚିକିତ୍ସାଧୀନ ଅଛନ୍ତି।