ରାଜ୍ୟରେ ୨ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟିକାକରଣ ମାମଲାରେ ଓଡ଼ିଶା ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଟିକାକରଣ ସଂଖ୍ୟା ୨ କୋଟି ୨୧ହଜାର ୮୧୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧କୋଟି ୫୩ଲକ୍ଷ ୮୭ହଜାର ୫୭୨ଜଣ ପ୍ରଥମ ଡୋଜ୍ ନେଇଥିବାବେଳେ ୪୬ଲକ୍ଷ ୩୪ହଜାର ୨୪୨ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।