ବିବାହର ୨ ମାସ ପରେ ନାମ ବଦଳାଇଲେ ୟାମି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ୟାମି ଗୌତମ ଓ ଆଦିତ୍ୟ ଧରଙ୍କ ବିବାହକୁ ୨ ମାସ ପୁରିଛି। ବିବାହକୁ ୨ ମାସ ପୁରିବା ଅବସରରେ ଏବେ ୟାମି ତାଙ୍କ ସାଙ୍ଗିଆ ବଦଳାଇ ଦେଇଛନ୍ତି। ୟାମି ତାଙ୍କ ଟ୍ୱିଟର ଓ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ନାମକୁ ସ୍ୱାମୀ ଆଦିତ୍ୟଙ୍କ ସାଙ୍ଗିଆ ସହ ଯୋଡ଼ି ଦେଇଛନ୍ତି। ସେଥିପାଇଁ ଏବେ ୟାମିଙ୍କ ନାମ ‘ୟାମି ଗୌତମ ଧର’ ହୋଇଯାଇଛି। ଏହି ସେଲିବ୍ରିଟି ଦମ୍ପତ୍ତି ତାଙ୍କ ବିବାହ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ୟାମିଙ୍କ ପୂର୍ବରୁ କରୀନା କପୁର, ପ୍ରିୟଙ୍କା ଚୋପ୍ରା ଓ ସୋନମ କପୁର ମଧ୍ୟ ତାଙ୍କ ସ୍ୱାମୀଙ୍କ ସାଙ୍ଗିଆ ସହ ନିଜ ନାମକୁ ଯୋଡ଼ି ନେଇଥିଲେ।