ଭୁବନେଶ୍ୱରରେ ୨୮୧ ନୂଆ କରୋନା ପଜିଟିଭ ଚିହ୍ନଟ: କ୍ୱାରେଣ୍ଟାଇନରୁ ୬୬ ଓ ସ୍ଥାନୀୟ ସଂକ୍ରମଣ ୨୧୫

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ଆଉ ୨୮୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୬ଜଣ ଓ ସ୍ଥାନୀୟ ସଂକ୍ରମଣ ୨୧୫ଜଣ ରହିଛନ୍ତି। ଅନ୍ୟପଟେ ୩୭୪ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜିର ୨୮୧ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ହଜାର ୪୬୬ ହୋଇଥିବାବେଳେ ୮୭ହଜାର ୬୮୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୪୪୦ଜଣଙ୍କର ମୃତ୍ୟୁ ଘଟିଛି ଓ ୧୩୧୭ଜଣ ଚିକିତ୍ସିତ ହେଉଛନ୍ତି।