୩୩୮୫ କରୋନା ରୋଗୀ ସୁସ୍ଥ: କଟକରୁ ସର୍ବାଧିକ ୪୦୮

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୩,୩୮୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୮ଲକ୍ଷ ୭୦ହଜାର ୭୮୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ କଟକରୁ ସର୍ବାଧିକ ୪୦୮, ଯାଜପୁରରୁ ୪୦୬, ଖୋର୍ଦ୍ଧାରୁ ୪୦୨, ପୁରୀରୁ ୨୩୪, ମୟୁରଭଞ୍ଜରୁ ୨୨୮, ବାଲେଶ୍ୱରରୁ ୨୧୯, ଅନୁଗୁଳରୁ ୧୪୭, ଭଦ୍ରକରୁ ୧୪୧, ନୟାଗଡ଼ରୁ ୧୨୮, ଜଗତସିଂହପୁରରୁ ୧୨୫, କେନ୍ଦ୍ରାପଡ଼ାରୁ ୧୧୮, କୋରାପୁଟରୁ ୧୦୯, ଷ୍ଟେଟପୋଲରୁ ୮୨ ଓ ମାଲକାନଗିରି ଜିଲ୍ଲାରୁ ୭୩ଜଣ ରହିଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୭୨, ରାୟଗଡ଼ାରୁ ୪୮, ବରଗଡ଼ ଓ ନବରଙ୍ଗପୁରରୁ ୪୭ ଲେଖାଏଁ, କନ୍ଧମାଳରୁ ୪୩, ବଲାଙ୍ଗିରରୁ ୩୭, ଢେଙ୍କାନାଳ ଓ କଳାହାଣ୍ଡିରୁ ୩୫ ଲେଖାଏଁ, ସୋନପୁରରୁ ୩୨, ବୌଦ୍ଧରୁ ୩୧, କେଉଁଝରରୁ ୩୦, ସମ୍ବଲପୁରରୁ ୨୯, ଝାରସୁଗୁଡ଼ାରୁ ୧୯, ନୂଆପଡ଼ାରୁ ୧୮, ଗଞ୍ଜାମରୁ ୧୭, ଗଜପତିରୁ ୧୪ ଓ ଦେଓଗଡ଼ ଜିଲ୍ଲାରୁ ୧୧ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୩ହଜାର ୭୮୯କୁ ବୃଦ୍ଧି ପାଇଥିବାବେଳେ ୮ଲକ୍ଷ ୭୦ହଜାର ୭୮୭ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୩,୯୩୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୯ହଜାର ୧୯ଜଣ ଚିକିତ୍ସିତ ହେଉଛନ୍ତି।