ଭୁବନେଶ୍ୱରରେ ୨୮ ନୂଆ କରୋନା ପଜିଟିଭ ଚିହ୍ନଟ: ୪୫ ସୁସ୍ଥ ରାଜ୍ୟ By Nitidin On Dec 7, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ୨୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨ଜଣ ଓ ସ୍ଥାନୀୟ ସଂକ୍ରମଣ ୧୬ଜଣ ରହିଛନ୍ତି। ଅନ୍ୟପଟେ ୪୫ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୯୫୪କୁ ବୃଦ୍ଧି ପାଇଥିବାବେଳେ ୩୦ ହଜାର ୩୫୯ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୨୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୪୯ ଜଣ ଚିକିତ୍ସିତ ହେଉଛନ୍ତି। Share