ରାଜଧାନୀରୁ ୨୫୩ କରୋନା ପଜିଟିଭ ଚିହ୍ନଟ : ୨୯୯ ସୁସ୍ଥ ରାଜ୍ୟ By Nitidin Last updated Oct 15, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ୨୫୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୭୩ ଜଣ ଓ ସ୍ଥାନୀୟ ସଂକ୍ରମଣ ୧୮୦ ଜଣ ରହିଛନ୍ତି। ଅନ୍ୟପଟେ ୨୯୯ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୫୩୬ ହୋଇଥିବାବେଳେ ୨୩ ହଜାର ୧୬୬ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୨୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୨୨୨ ଜଣଙ୍କ ଚିକିତ୍ସା ଜାରି ରହିଛି। Share