ରାଜ୍ୟରେ ଆଉ ୧୦,୩୨୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୦ହଜାର ୩୨୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୫,୭୭୯ଜଣ ଓ ସ୍ଥାନୀୟ ସଂକ୍ରମଣ ୪,୫୪୨ଜଣ ରହିଛନ୍ତି। ଫଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୩୩ହଜାର ୩୦୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୫୬୬, ସୁନ୍ଦରଗଡ଼ରୁ ୮୧୯, କଟକରୁ ୭୩୧, କଳାହାଣ୍ଡିରୁ ୫୯୯, ପୁରୀରୁ ୪୭୨, ଅନୁଗୁଳରୁ ୪୭୧, ମୟୁରଭଞ୍ଜରୁ ୪୫୮, ସମ୍ବଲପୁରରୁ ୪୦୫, ଭଦ୍ରକରୁ ୩୫୦, କୋରାପୁଟରୁ ୩୩୮, ନବରଙ୍ଗପୁରରୁ ୩୩୪, ଯାଜପୁରରୁ ୩୩୦, ବରଗଡ଼ରୁ ୩୨୦, ଝାରସୁଗୁଡ଼ା ଜିଲ୍ଲାରୁ ୩୧୨ଜଣ ରହିଛନ୍ତି। ସେହିପରି ବଲାଙ୍ଗିରରୁ ୨୯୧, ନୟାଗଡ଼ରୁ ୨୭୩, ବାଲେଶ୍ୱରରୁ ୨୬୯, ବୌଦ୍ଧରୁ ୨୫୦, ଷ୍ଟେଟପୋଲରୁ ୨୪୬, କେଉଁଝରରୁ ୨୦୪, ଗଞ୍ଜାମରୁ ୨୦୩, ରାୟଗଡ଼ାରୁ ୧୬୩, କେନ୍ଦ୍ରାପଡ଼ାରୁ ୧୬୨, ଜଗତସିଂହପୁରରୁ ୧୫୯, ନୂଆପଡ଼ାରୁ ୧୪୫, ଦେଓଗଡ଼ରୁ ୧୧୪, ଢେଙ୍କାନାଳ ଓ ମାଲକାନଗିରିରୁ ୭୭, ସୋନପୁରରୁ ୭୩, ଗଜପତିରୁ ୫୬ ଓ କନ୍ଧମାଳ ଜିଲ୍ଲାରୁ ୫୪ ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୩୩ହଜାର ୩୦୨ ହୋଇଥିବାବେଳେ ୫ଲକ୍ଷ ୨୬ହଜାର ୩୫୩ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୩୫୭ଜଣଙ୍କର ମୃତ୍ୟୁ ଘଟିଛି ଓ ୧ଲକ୍ଷ ୪ହଜାର ୫୩୯ ଜଣ ଚିକିତ୍ସିତ ହେଉଛନ୍ତି।