ଭୁବନେଶ୍ୱରରେ ୨୧୧ ଆକ୍ରାନ୍ତ: ୨୭୨ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ଆଉ ୨୧୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୩ଜଣ ଓ ସ୍ଥାନୀୟ ସଂକ୍ରମଣ ୧୪୮ଜଣ ରହିଛନ୍ତି। ଅନ୍ୟପଟେ ୨୭୨ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀରେ ଆଜିର ୨୧୧ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧ହଜାର ୧୧୯କୁ ବୃଦ୍ଧି ପାଇଛି। ଅନ୍ୟପଟେ ୮୯ହଜାର ୩୯୨ଜଣ ସୁସ୍ଥ ହୋଇଛନ୍ତି, ୪୬୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୨୪୧ଜଣ ଚିକିତ୍ସିତ ହେଉଛନ୍ତି।