ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ କରୋନା ଭ୍ୟାକସିନର ଅଭାବକୁ ନେଇ ହାହାକାର ପରିସ୍ଥିତି ଦେଖାଦେଇଛି। ଭ୍ୟାକସିନ ଅଭାବରୁ ଲୋକଙ୍କୁ ଟିକାଦାନ କେନ୍ଦ୍ରରୁ ଫେରାଇ ଦିଆଯାଉଛି। ଅପରପକ୍ଷେ ଭ୍ୟାକସିନର କଳାବଜାର ହେଉଥିବା ଜଣାପଡିଛି। ବଜାରରେ ଏକ ରାକେଟ ରେମଡେସିବିର ଇଞ୍ଜେକସନକୁ ବେଆଇନ ଭାବେ ବିକ୍ରି କରୁଥିବା ବେଳେ ମହାରାଷ୍ଟ୍ରର ଥାନେ ଜିଲ୍ଲାରୁ ୨୧ଟି ରେମଡେସିବିର ଇଞ୍ଜେକସନ ଜବତ ହୋଇଛି।
ଏହି ମାମଲାରେ କ୍ରାଇମ୍ବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଇଞ୍ଜେକେସନର କଳାବଜାରରେ ଏକ ରାକେଟ କାମ କରୁଥିବା ନେଇ ପୂର୍ବରୁ କ୍ରାଇମବ୍ରାଞ୍ଚକୁ ଖବର ମିଳିଥିଲା। ପୁଲିସ ଚଢ଼ଉ ବେଳେ ୨୧ ଇଞ୍ଜେକସନ ସହ ଦୁଇ ଜଣଙ୍କୁ ଗିରଫ କରିଥିଲା।