ଦିନକରେ ୨୦୬ କରୋନାରେ ସଂକ୍ରମିତ, ୨ ମୃତ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଆଜି ଆଉ ୨୦୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୩୨ଜଣ ରହିଛନ୍ତି । ସେହିପରି କ୍ୱାରେଣ୍ଟାଇନରୁ ୧୨୧ଜଣ ଓ ସ୍ଥାନୀୟ ସକ୍ରମଣ ୮୫ଜଣ ରହିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୫ହଜାର ୮୬୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୨୦, ଷ୍ଟେଟପୋଲରୁ ୨୭, କଟକରୁ ୧୫, ଯାଜପୁରରୁ ୧୨, ସୁନ୍ଦରଗଡ଼ରୁ ୫, ଜଗତସିଂହପୁରରୁ ୪, ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ୱର, ଗଞ୍ଜାମ ଓ ଭଦ୍ରକରୁ ୩ଲେଖାଏଁ, ଅନୁଗୁଳ, କେନ୍ଦ୍ରାପଡ଼ା ଓ ବୌଦ୍ଧରୁ ୨ଲେଖାଏଁ, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ଅନ୍ୟପଟେ କରୋନା ଯୋଗୁ ୨ଜଣଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଭୁବନେଶ୍ୱରରୁ ଜଣେ ୯୩ ବର୍ଷୀୟ ବୃଦ୍ଧ ଓ କଟକରୁ ଜଣେ ୫୦ ବର୍ଷୀୟା ମହିଳା ରହିଛନ୍ତି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୮,୩୮୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୫ହଜାର ୮୬୨ ହୋଇଥିବାବେଳେ ୧୦ଲକ୍ଷ ୩୪ହଜାର ୭୫୯ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୮,୩୮୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୨,୬୬୯ଜଣ ଚିକିତ୍ସିତ ହେଉଛନ୍ତି ।