ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୦୧୫ ଜଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ପୁଣି ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ସଂଖ୍ୟା ୧୩୦ ପ୍ରତିଶତରୁ ଅଧିକ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ୨୦୧୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସମୁଦାୟ ସୁସ୍ଥ ସଂଖ୍ୟା ୨ ଲକ୍ଷ ୭୦ ହଜାର ୧୩୦ ଅତିକ୍ରମ କରିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୨୧୮ ଜଣ, କଟକରୁ ୧୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୮୮, ଜଗତସିଂହପୁରରୁ ୮୫, ମୟୂରଭଞ୍ଜରୁ ୮୩, ଯାଜପୁରରୁ ୮୧, କେନ୍ଦୁଝରରୁ ୭୫, ପୁରୀରୁ ୬୯, କେନ୍ଦ୍ରାପଡ଼ାରୁ ୬୫, ବଲାଙ୍ଗିରରୁ ୬୪, ଭଦ୍ରକରୁ ୬୩, ନୂଆପଡ଼ାରୁ ୬୨, ନବରଙ୍ଗପୁରରୁ ୬୦, ଢ଼େଙ୍କାନାଳରୁ ୫୬, ସୋନପୁରରୁ ୪୭, ବରଗଡ଼ରୁ ୪୬, କଳାହାଣ୍ଡିରୁ ୪୪, ଝାରସୁଗୁଡ଼ାରୁ ୪୨, ନୟାଗଡ଼ରୁ ୩୭, ସମ୍ବଲପୁରରୁ ୩୬, କନ୍ଧମାଳରୁ ୩୪, ସୁନ୍ଦରଗଡ଼ରୁ ୨୬, କୋରାପୁଟରୁ ୨୫, ଗଞ୍ଜାମରୁ ୨୪, ମାଲକାନଗିରିରୁ ୨୩, ବୌଦ୍ଧରୁ ୨୧, ଦେବଗଡ଼ରୁ ୯, ଗଜପତିରୁ ୯ ଏବଂ ରାୟଗଡ଼ାରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ତାଲିକା ଅନୁସାରେ ଆଜି ସୁଦ୍ଧା ରାଜ୍ୟରେ ୨ଲକ୍ଷ ୮୫ ହଜାର ୪୮୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେଥିରୁ ୧୨୮୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସେହିପରି ୧୪,୦୧୫ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ଯାହାକି ସମୁଦାୟ ସଂକ୍ରମଣର ୪.୯୦ ପ୍ରତିଶତ ବୋଲି ଜଣାପଡ଼ିଛି।