ଡିସେମ୍ବର ୩୧ ପୂର୍ବରୁ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଡିସେମ୍ବର ୩୧ପୂର୍ବରୁ ବିଧାନସଭାର ଶୀତକାଳୀନ ଅଧିବେଶନ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବାର ବ୍ୟବସ୍ଥା ରହିଛି । ତୃତୀୟ ଓ ଚତୁର୍ଥ ଅଧିବେଶନରେ ସର୍ବମୋଟ ୨୦ ଦିନ ଗୃହ କାର୍ଯ୍ୟ ଚାଲିଛି । ଡିସେମ୍ବର ପୂର୍ବରୁ ଆଉ ୪୦ ଦିନର ବସିବାକୁ ବାକି ରହିଛି । କେବେ ବସିବ ଓ କଣ ରହିବ ରୂପରେଖ, ସେନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ୪୦ ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ଶ୍ରୀ ପାତ୍ର ।