ରେଳସେବା ମାଧ୍ୟମରେ ପରିବହନ ହୋଇଛି ୨୦୧୩ ଟନ ତରଳ ମେଡିକାଲ ଅକ୍ସିଜେନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ଼-୧୯ ମହାମାରୀ ସମୟରେ ପୂର୍ବତଟ ରେଳପଥ ରୋଗୀଙ୍କ ଜୀବନ ରକ୍ଷା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ) ପରିବହନ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ରେଳପଥ ହୋଇପାରିଛି।

ଭାରତୀୟ ରେଳବାଇ ଦ୍ୱାରା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଚଳାଚଳ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୨୭ ଦିନରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଷ୍ଟିଲ୍ ପ୍ଲାଣ୍ଟରୁ ପ୍ରାୟ ୨୦୧୩.୨୪ ଟନ୍ ତରଳ ମେଡିକାଲ ଅକ୍ସିଜେନ ଦେଶର ବିଭିନ୍ନ ରାଜ୍ୟକୁ ପରିବହନ କରାଯାଇଛି।

ଏହି ମଧ୍ୟରେ ଓଡ଼ିଶାରୁ ପୂର୍ବତଟ ରେଳପଥ ଦ୍ୱାରା ୪୫୧.୯୩ ଟନ୍ ତରଳ ମେଡିକାଲ ଅକ୍ସିଜେନ ମହାରାଷ୍ଟ୍ରକୁ, ୭୫୦.୬୧ ଟନ୍ ଦିଲ୍ଲୀ ଏବଂ ହରିୟାଣାକୁ, ୧୧୭.୯ ଟନ୍ କେରଳକୁ, ୪୫୧.୭୮ ଟନ୍ ତେଲେଙ୍ଗାନାକୁ, ୧୨୦ ଟନ୍ ତାମିଲନାଡୁକୁ ଏବଂ ୧୨୦.୯୮ ଟନ୍ କର୍ଣ୍ଣାଟକକୁ ପରିବହନ କରାଯାଇଛି। ଅନୁଗୁଳସ୍ଥିତ ଟାଟା ଭୂଷଣ ଲିମିଟେଡ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଏବଂ କଳିଙ୍ଗ ନଗରସ୍ଥିତ ଟାଟା ଷ୍ଟିଲ ଲିମିଟେଡ ଭଳି ଇସ୍ପାତ କାରଖାନା ଅମ୍ଳଜାନ ଯୋଗାଣ କ୍ଷେତ୍ରରେ ପ୍ରମୁଖ ଅବଦାନ ଗ୍ରହଣ କରିଛନ୍ତି।