ଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ହୋଇଥିବା ୪ ଦୋଷୀ ଓ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତାକାଲି ଅପରାହ୍ଣ ୩ଟାରେ ଶୁଣାଣି ଧାର୍ଯ୍ୟ ରଖିଛନ୍ତି ହାଇକୋର୍ଟ। ତେବେ ଗତକାଲି ପଟିଆଲା ହାଉସ କୋର୍ଟ ଡେଥ୍ ୱାରେଣ୍ଟ୍ ଉପରେ ସ୍ଥଗିତାଦେଶ ଦେବା ପରେ ସାରା ଭାରତରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ଦିଲ୍ଲୀ ହାଇକୋର୍ଟ ଏହାର ଜରୁରୀ ଶୁଣାଣି କରିଥିଲେ। କୋର୍ଟ ଜେନେରାଲ ସଲିସିଟର କହିଥିଲେ ଯେ, ଦୋଷୀମାନେ ଆଇନକୁ ମଜାଳିଆ ଢ଼ଙ୍ଗରେ ନେଉଛନ୍ତି। ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାପାଇଁ କହିଥିଲେ। ଆସନ୍ତାକାଲି ହାଇକୋର୍ଟ ଏହାର ଶୁଣାଣି କରିବେ।