ଜୁହି ଚାୱଲାଙ୍କ ଉପରେ ଶକ୍ତ ହେଲେ ଦିଲ୍ଲୀ ହାଇକୋର୍ଟ, ସପ୍ତାହକ ମଧ୍ୟରେ ୨୦ ଲକ୍ଷ ଜୋରିମାନା ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ହାଇକୋର୍ଟ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ଓ ଅନ୍ୟ ଦୁଇଜଣଙ୍କ ଉପରେ ଶକ୍ତ ହୋଇଛନ୍ତି। ୫ଜି ନେଟୱାର୍କ ଟେକ୍ନୋଲୋଜିକୁ ଚ୍ୟାଲେଞ୍ଜ କରୁଥିବା ମାମଲାରେ ଅଭିନେତ୍ରୀଙ୍କ ସମେତ ଦୁଇ ଜଣଙ୍କ ଉପରେ ୨୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି। କିନ୍ତୁ ଅଭିନେତ୍ରୀ ଏବଂ ଅନ୍ୟ ଦୁଇ ଜଣ ଏପର୍ଯ୍ୟନ୍ତ ଏହାକୁ ଦାଖଲ କରିନାହାନ୍ତି।

ଜଷ୍ଟିସ ଜେ.ଆର ମିଡା କହିଛନ୍ତି ଯେ, ଅଭିଯୋଗକାରୀଙ୍କ ଆଚରଣ ଦ୍ୱାରା କୋର୍ଟ ଆଶ୍ଚର୍ଯ୍ୟ ହୋଇଛନ୍ତି। ନିର୍ଦ୍ଦେଶ ପରେ ମଧ୍ୟ ଜୋରିମାନା ଜମା କରିବାକୁ ପ୍ରସ୍ତୁତ ନୁହନ୍ତି। ଜୁହି ଚାୱଲାଙ୍କ ଦ୍ୱାରା ଦାଖଲ ହୋଇଥିବା ତିନୋଟି ଆବେଦନ ଶୁଣାଣି ବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଜୁହି ଚାୱଲା କୋର୍ଟ ଫି ଫେରସ୍ତ, ଜୋରିମାନା ପରିଶୋଧ କରାଯାଇଥିବା ରାଶି ଛାଡ ଓ ବିଚାରରେ “ବରଖାସ୍ତ” ଶବ୍ଦର “ଅନୁମତି” ଦାବି କରିଛନ୍ତି।

ଜୁହି ଚାୱଲାଙ୍କ ଓକିଲ ମିଟ୍ ମଲହୋତ୍ରା ଜୋରିମାନା ଛାଡ ପାଇଁ ଆବେଦନ ପ୍ରତ୍ୟାହାର କରିବା ପରେ କହିଛନ୍ତି ଯେ ଜୋରିମାନା ଏକ ସପ୍ତାହ ମଧ୍ୟରେ ଜମା ହେବ କିମ୍ବା ଏହା ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ।