କୁଲଗାମରେ ୨ ଆତଙ୍କବାଦୀ ନିପାତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଆଜି ସୁରକ୍ଷାବଳକୁ ବଡ଼ ସଫଲତା ମିଳିଛି । କୁଲଗାମର ଖୁର୍ବତପୁରା ଅଞ୍ଚଳରେ ସଂଘର୍ଷ ଯୋଗୁ ଜଣେ ପାକିସ୍ତାନୀ ସମେତ ୨ ଆତଙ୍କବାଦୀଙ୍କୁ ସୁରକ୍ଷାବଳ ନିହତ କରିଛି । ଏହି ସମୟରେ ୨ଜଣ ପୁଲିସ ମଧ୍ୟ ଆହତ ହୋଇଛନ୍ତି । ସଂଘର୍ଷ ଏବେ ବି ଜାରି ରହିଛି । ଏନେଇ କଶ୍ମୀର ପୁଲିସ ମହାନିରୀକ୍ଷକ ବିଜୟ କୁମାର ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଖୁର୍ବତପୁରାରେ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷାବଳ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପ୍ରଥମେ ଆତଙ୍କବାଦୀମାନେ ସୁରକ୍ଷା ବଳ ଉପରକୁ ଗୁଳି ଚଳାଇଥିଲେ । ଏହାର ଜବାବ ଦେବାକୁ ଯାଇ ସୁରକ୍ଷାବଳ ମଧ୍ୟ ଗୁଳି ଚଳାଇଥିବା ଜଣାପଡ଼ିଛି ।