+ ୨ ସିଟ ବୃଦ୍ଧି ପାଇଁ ଅନୁମତି

  • ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ପ୍ରାୟ ଦୁଇ ବର୍ଷ ହେଲା ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନ ଖୋଳିନାହିଁ। ଅନ୍ଲାନ୍ରେ ପାଠ ପଢ଼ି ପରୀକ୍ଷା ନଦେଇ ଚଳିତବର୍ଷ ରେକର୍ଡ଼ ସଂଖ୍ୟାରେ ମାଟ୍ରିକ୍ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଯାହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର + ୨ରେ ସିଟ୍ ବଢ଼ାଇବାକୁ ଯୋଜନା କରିଛନ୍ତି। ଜୁନିୟର କଲେଜଗୁଡ଼ିକରେ + ଦୁଇ ସିଟ୍ ବଢ଼ାଇବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।
    ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଯେଉଁ କଲେଜ ଚାହିଁବେ ଏନେଇ ଆବେଦନ କରିପାରିବେ। ସିଟ୍ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ଆବେଦନ କରିପାରିବେ। ସାମ୍ସ ଜରିଆରେ ଅନଲାଇନରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
    ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୧୦ ପିଲା ମାଟ୍ରିକ ପାସ୍ କରିଛନ୍ତି। ତେବେ ରାଜ୍ୟରେ +୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି। ତାହା ହେଲେ ବାକି ଛାତ୍ରଛାତ୍ରୀ କେଉଁଠି ପଢ଼ିବେ? ଏହାକୁ ନେଇ ସାଧାରଣରେ ମତ ପ୍ରକାଶ ପାଇଥିଲା। ତେବେ ରାଜ୍ୟରେ କଲେଜ ଗୁଡ଼ିକରେ ସିଟ୍ ସଂଖ୍ୟା ବଢ଼ିଲେ, + ୨ରେ ପାଠ ପଢ଼ିବାରେ ସମସ୍ୟା ହେବନାହିଁ।