ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ଅନୁକମ୍ପା ସହାୟତା ରାଶି ବୃଦ୍ଧି କରିଛନ୍ତି । ଡ୍ୟୁଟି ସମୟରେ ମୃତ୍ୟୁ ହେଲେ ୧୦ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ସହାୟତା ରାଶି ୪ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି । ଆଘାତ ଯୋଗୁ ସ୍ଥାୟୀ ଅକ୍ଷମତା ପାଇଁ ସହାୟତା ରାଶି ୨ରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଆଶିଂକ ଅକ୍ଷମତା କ୍ଷେତ୍ରରେ ସହାୟତା ୧ଲକ୍ଷରୁ ୨ଲକ୍ଷକୁ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି ।