ଟ୍ୱିନସିଟିର ଦାୟିତ୍ୱ ନେଲେ ୨ ନବନିଯୁକ୍ତ ଡିସିପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଟ୍ୱିନସିଟିରେ ୨ ନବନିଯୁକ୍ତ ଡିସିପି ଦାୟିତ୍ୱ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ପୁଲିସ ସେବା ଭବନରେ ଭୁବନେଶ୍ୱର ଡିସିପି ଭାବେ ଅତିରିକ୍ତ ସିପି ଅନୁପ ସାହୁଙ୍କଠାରୁ ଉମାଶଙ୍କର ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେହିପରି ବିଦାୟୀ ଡିସିପି ଅଖିଳେଶ୍ୱର ସିଂଙ୍କଠାରୁ ପ୍ରତୀକ ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପୁଲିସ ସେବା ଭବନରେ ଆୟୋଜିତ ଦାୟିତ୍ୱ ଭାର ଗ୍ରହଣ କାର୍ଯ୍ୟକ୍ରମରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଉପସ୍ଥିତ ରହି ନୂତନ ଡିସିପିଙ୍କୁ ସ୍ୱାଗତ କରିଛନ୍ତି।

ତେବେ ଆଇପିଏସ ସ୍ତରରେ ବଡ଼ ଅଦଳବଦଳ ସହିତ ରାଜ୍ୟ ସରକାର ପୁରୀରୁ ଉମାଶଙ୍କର ଦାସଙ୍କୁ ଭୁବନେଶ୍ୱର ଡିସିପି ଏବଂ ପ୍ରତୀକ ସିଂଙ୍କୁ କନ୍ଧମାଳରୁ କଟକ ଡିସିପି ଭାବରେ ନିଯୁକ୍ତ କରିଛନ୍ତି।