ସୁସ୍ଥ ହେଲେ ୯୫ କରୋନା ସଂକ୍ରମିତ ପୁଲିସ କର୍ମଚାରୀ: ଡିଜିପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଗ ଧାଡିର କରୋନା ଯୋଦ୍ଧା କୁହାଯାଉଥିବା ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହେଉଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ୯୫ ଜଣ ସୁସ୍ଥ ହୋଇଛନ୍ତି। ତେବେ ସେମାନେ କରୋନାକୁ ହରାଇ ପୁଣି ଥରେ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି। ଏନେଇ ପୁଲିସ ଡିଜି ଶ୍ରୀ ଅଭୟ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଜନସେବା ପ୍ରତି ସେମାନଙ୍କର ନିଷ୍ଠା ଓ ପ୍ରତିବଦ୍ଧତାକୁ ସ୍ୱୀକୃତି ଦେବା ସହ ଏହିପରି ପ୍ରକୃତ ଜୀବନ ହିରୋମାନଙ୍କୁ ସ୍ୱତନ୍ତ୍ର ପ୍ରଶଂସା କରୁଛୁ ବୋଲି ଡିଜିପି ଶ୍ରୀ ଅଭୟ ଟ୍ୱିଟ କରି ଜଣାଇଛନ୍ତି।