ସେପ୍ଟେମ୍ବର ପ୍ରଥମ ସପ୍ତାହରେ +୨ କଳା ପରୀକ୍ଷା ଫଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ। କରୋନା ଲାଗି ପୁଣି ଏପରି ବିଳମ୍ବ ଘଟିଛି। +୨ କଳା ସହ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । +୨ ପରିଷଦର ୨ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଫଳାଫଳ ପ୍ରକାଶ କରିବାରେ ବିଳମ୍ବ ହୋଇଛି। ପୂର୍ବରୁ ଅଗଷ୍ଟ ଶେଷ ସୁଦ୍ଧା କଳା ରେଜଲ୍ଟ ପ୍ରକାଶ ପାଇବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି। ପ୍ରକାଶଥାଉ କି, ଚଳିତବର୍ଷ କରୋନା ଲାଗି +୨ ମୂଲ୍ୟାଙ୍କନରେ ସମସ୍ୟା ଉପୁଜିଥିଲା। ସିବିଏସ୍ଇ ଢାଞ୍ଚାରେ ରେଜଲ୍ଟ ପ୍ରକାଶ କରିବାକୁ ନିଷ୍ପତ୍ତି ହେବା ପରେ ଗତ ୧୨ ତାରିଖରେ +୨ ବିଜ୍ଞାନ ଏବଂ ୧୯ ତାରିଖରେ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଛି।