ମମିତା ମେହେର ହତ୍ୟା ମାମଲାରେ ଆଉ ୨ ଗିରଫ

କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ପୁଲିସ ଆଉ ୨ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ ଓ ଅଧ୍ୟାପକ କୃତି ଚନ୍ଦନ । ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି । କଣ୍ଟାବାଞ୍ଜି ପୁଲିସ ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ।