ରାଜ୍ୟରେ କରୋନା ନେଇଛି ୨୦ ହଜାର ଜୀବନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ମହାମାରୀ କରୋନାରେ ୨୦ ହଜାରରୁ ଊର୍‌ଦ୍ଧ୍ୱ ପ୍ରାଣ ହରାଇଛନ୍ତି । ଏନେଇ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି ।

ସେହିପରି ବର୍ଷା, ବନ୍ୟା, ବାତ୍ୟା ଓ ମରୁଡ଼ିରେ ୧୦ ବର୍ଷରେ ୨୨୭ ଜଣଙ୍କ ମୃତ୍ୟୁ ହୋଇଛି । ବାତ୍ୟା ତିତିଲରେ ସର୍ବାଧିକ ୭୨, ଫନିରେ ୬୪ ଓ ଫାଇଲିନରେ ୨୨ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ବାତ୍ୟା ଅମ୍ଫାନ, ବୁଲବୁଲ, ଗୁଲାବ ଓ ଜୱାଦରେ କାହାରି ମୃତ୍ୟୁ ହୋଇନି । ୧୦ ବର୍ଷରେ ପ୍ରାକୃତିକ ବପର୍ଯ୍ୟୟରେ ୪୦ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଛି । ଫାଇଲିନରେ ସର୍ବାଧିକ ୧୪ହଜାର ୩୭୩ କୋଟି ଟଙ୍କାର କ୍ଷତି ହୋଇଛି । କେନ୍ଦ୍ରରୁ ପ୍ରାୟ ୯ହଜାର ୩୦୦ କୋଟି ଟଙ୍କାର ସହାୟତା ମିଳିଛି ।