ଓଡ଼ିଶାରେ ୬୦ ହଜାର କୋଟି ଟଙ୍କା ନିବେଶ କରିବ ଅଦାନୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆଦାନୀ ଗ୍ରୁପ ଓଡ଼ିଶାରେ ୬୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ । ଆଗାମୀ ୧୦ ବର୍ଷ ମଧ୍ୟରେ କମ୍ପାନୀ ପକ୍ଷରୁ ଏହି ପୁଞ୍ଜି ନିବେଶ କରାଯିବ । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ କମ୍ପାନୀ ସିଇଓ କରନ ଅଦାନୀ ଏନେଇ ସୂଚନା ପ୍ରଦାନ କରିଛନ୍ତି । ଏହି ପୁଞ୍ଜି ନିବେଶ ଦ୍ୱାରା ୪ ମିଲିଅନ ଟନ୍ କ୍ଷମତାର ଆଲୁମିନା ରିଫାଇନାରୀ ପ୍ରତିଷ୍ଠା ହେବ । ଏଥିସହିତ ୩୦ ମିଲିଅନ୍ ଟନର ଲୁହାପଥର ପ୍ରକଳ୍ପ ବି ସ୍ଥାପନ ହେବ ବୋଲି ଜଣାପଡ଼ିଛି।

ସେହିପରି ଜେଏସଡବ୍ଲ୍ୟୁ ଓଡ଼ିଶାରେ ଆଉ ୧ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଷ୍ଟିଲ ଓ ସୋଲାର କ୍ଷେତ୍ରରେ ଏହି ପୁଞ୍ଜି ନିବେଶ ହେବ । ଏନେଇ ଜେଏସଡବ୍ଲ୍ୟୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଘୋଷଣା କରିଛନ୍ତି । ୨୦୧୮ରେ କମ୍ପାନୀ ପକ୍ଷରୁ ୬୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ନେଇ ଘୋଷଣା କରାଯାଇଥିଲା । ସେଥିରୁ ଏପର୍ଯ୍ୟନ୍ତ ୩୦ ହଜାର କୋଟି ଟଙ୍କାର ନିବେଶ ହୋଇସାରିଛି ।