ବ୍ରାଉନସୁଗର କାରବାରରେ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଡ୍ରଗ୍ସ ଓ ଗଞ୍ଜେଇ କାରବାର ଜୋରଦାର ହେଉଛି। ଦୈନନ୍ଦିନ ଏହି ମାମଲାରେ ଗିରଫଦାରି ଓ ଚଢ଼ଉ ଚାଲିଥିଲେ ହେଁ ଦୁର୍ବୃତ୍ତଙ୍କ ମନରେ ପ୍ରଶାସନର ଡର ନାହିଁ। ଏହି ପରିପ୍ରେକ୍ଷୀରେ ଆଜି ପୁଲିସ ପୁଣି ୨ ଜଣଙ୍କୁ ଗିରଫ କରିଛି। ଧଉଳି ଥାନା ଅନ୍ତର୍ଗତ ଓରିଏଣ୍ଟାଲ ବ୍ୟାଙ୍କ ପାଖ ପୁରୁଣା ଏନଏଚର ପଛପଟେ ବ୍ରାଉନସୁଗର କାରବାର ହେଉଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି କ୍ୟୁଏଟି ଓ ଧଉଳି ପୁଲିସ ମିଳିତ ଚଢ଼ଉ କରିଥିଲେ। ଏହି ପରିପ୍ରେକ୍ଷୀରେ ସେମାନଙ୍କ ନିକଟରୁ ୫୦ ଗ୍ରାମ ବ୍ରାଉନସୁଗର, ୧୪୫୦ ନଗଦ ଟଙ୍କା ଓ ୨ଟି ମୋବାଇଲ ଫୋନ ଜବତ ହୋଇଛି।

ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲା ଶିଶୁପାଳଗଡ଼ ଅଞ୍ଚଳର ନିଲୁ ବେହେରା ଓ ଅନ୍ୟଜଣେ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ କୌଶଲ୍ୟାପୁଲ ଗ୍ରାମର ସଞ୍ଜୟ ସାହୁ ବୋଲି ଜଣାପଡ଼ିଛି। ଏନେଇ ଧଉଳି ଥାନାରେ ୧୬୭/୮-୧୦-୨୦୨୦, ଧାରା- ୨୧(ବି) ଏନଡିପିଏସ ଆକ୍ଟରେ ମାମଲା ରୁଜୁ ହୋଇଥିବା ଥାନା ଏସଆଇ କେ.ଏନ୍. ହଁସଦ ସୂଚନା ଦେଇଛନ୍ତି।