ନୂଆଦିଲ୍ଲୀ: ମେଡିସିନ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଆମେରିକୀୟ ବୈଜ୍ଞାନିକ ଡେଭିଡ ଜୁଲିୟସ ଏବଂ ଆର୍ଡମ ପାତାପୁତିୟନଙ୍କୁ ସଂଯୁକ୍ତ ରୂପେ ପୁରସ୍କାର ଦିଆଯାଇଛି। ଉଭୟଙ୍କୁ ଏହି ପୁରସ୍କାର ଶରୀର ତାପମାନ ଓ ପେନ୍ କ୍ଷେତ୍ରରେ ଗବେଷଣା ପାଇଁ ମିଳିଥିବା ଜଣାପଡ଼ିଛି। ନୋବେଲ ସମିତିର ମହାସଚିବ ଥୋମସ ପର୍ଲମ୍ୟାନ୍ ଏହି ବିଜେତାଙ୍କ ନାମ ଘୋଷଣା କରିଛନ୍ତି।